bsky nabin card apply

ଆଜି ହିଁ ଆବେଦନ କରନ୍ତୁ

bsky nabin card apply 2024

bsky nabin card apply / ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ

ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନାର ତୃତୀୟ ପର୍ଯ୍ୟାୟ ଅର୍ଥାତ “bsky nabin card apply” ସଂପ୍ରସାରଣ ବା କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିରେ କେଉଁମାନେ ଉପକୃତ ହୋଇପାରିବେ, କିପରି ଆବେଦନ କରିବେ, ଏହାର ନିୟମ କ’ଣ ରହିଛି,କେଉଁମାନେ ଏଥିପାଇଁ ଯୋଗ୍ୟ,ଏଥିରେ କେଉଁ ସମସ୍ତ ସୁବିଧା ରହିଛି,କେଉଁଠାରେ ଆବେଦନ କରିବେ,ଏହା ଅନଲାଇନ ବା ଅଫଲାଇନ ମାଧ୍ୟମରେ ହେବ ଇତ୍ୟାଦି ସମସ୍ତ ସୂଚନା ଏଥିରେ ପାଇପାରିବେ ।

BSKY ଯେବେଠାରୁ ଆରମ୍ଭ ହୋଇଛି ଅର୍ଥାତ ୨୦୧୮ ମସିହା ଅଗଷ୍ଟ ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା । ଏହାକୁ ପ୍ରଥମ ପର୍ଯ୍ୟାୟ କୁହାଗଲା ଓ ଏହି ସେବା ପ୍ରଥମେ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକାରୀ କରାଗଲା ଓ ଏଥିରେ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଦିଆଗଲା ।

BSKY ର ଦ୍ଵିତୀୟ ପର୍ଯ୍ୟାୟରେ ସ

ମସ୍ତ ହିତାଧିକାରୀଙ୍କୁ ଏକ ସ୍ମାର୍ଟ କାର୍ଡ ଦିଆଗଲା । ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନେ ସମସ୍ତ ସରକାରୀ ଡାକ୍ତରଖାନା ସହିତ କେତେକ ଘୋରୋଇ ଡାକ୍ତରଖାନାରେ ମଧ୍ୟ ଏହି କାର୍ଡ ବ୍ୟବହାର କରିବାର ବ୍ୟବସ୍ଥା କରାଗଲା । ଏଥିରେ ଆଉ ଏକ ସୁବିଧା ବା ବ୍ୟବସ୍ଥା କରାଗଲା ଯାହା ସ୍ମାର୍ଟ କାର୍ଡ ମାଧ୍ୟମରେ ଗଛିତ ରାଶି କିମ୍ବା ବଳକା ରାଶି ଯାଞ୍ଚ କରିପାରିବେ । ଅର୍ଥାତ ହିତାଧିକାରୀ କୌଣସି ସ୍ୱାସ୍ଥ୍ୟ ସମସ୍ଯାଦ୍ଵାରା ଏହି କାର୍ଡ ବ୍ୟବହାର କରିଥାନ୍ତି ଓ ଏହି କାର୍ଡରେ ବଳକା କେତେ ଅର୍ଥରାଶି ରହିଲା ତାହା ମଧ୍ୟ ଜାଣିପାରିବାର ବ୍ୟବସ୍ଥା କରାଯାଇଛି ।

BSKY ର ତୃତୀୟ ପର୍ଯ୍ୟାୟ ବା “bsky nabin card apply” ର କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ଦ୍ଵାରା ଏଥିରେ ହିତାଧିକାରୀମାନେ ଆହୁରି ଅନେକ ସୁବିଧା ପାଇପାରିବେ । ଏହି କାର୍ଡ ମାଧ୍ୟମରେ ରାଜ୍ୟ ବାହାରେ ଥିବା ଘୋରୋଇ ଡାକ୍ତରଖାନାରେ ମଧ୍ୟ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ । ଏହା ବେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

bsky nabin card apply ପାଇଁ ସମୟ ସୀମା କ’ଣ ରହିଛି ?

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ହିତାଧିକାରୀଙ୍କୁ ଜାନୁଆରୀ ୬ ତାରିଖ ୨୦୨୪ ରୁ ଜାନୁଆରୀ ୧୬ ତାରିଖ ୨୦୨୪ ମଧ୍ୟରେ ଆବେଦନ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯୋଗ୍ୟ ହିତାଧିକାରୀମାନେ ନିଜର ଯୋଗ୍ୟତା ପ୍ରମାଣପତ୍ର ସହିତ ବ୍ୟବସ୍ଥା କରାଯାଇଥିବା ସ୍ଥାନକୁ ଯାଇ ଆବେଦନ କରିପାରିବେ ।

bsky nabin card apply କିପରି କରିବେ ?

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଆବେଦନକାରୀ କେବଳ ଅନଲାଇନ ମଧାମରେ ଆବେଦନ କରିପାରିବେ ଓ ଏହାର ଅଫଲାଇନ ସୁବିଧା ଉପଲବ୍ଧ କରାଯାଇ ନାହିଁ ।

  1. ଏହି ଯୋଜନାର ସମସ୍ତ ସୁବିଧା ପାଇବା ପାଇଁ ହିତାଧିକାରୀଙ୍କୁ ନିଜର ଯୋଗ୍ୟତା ପ୍ରମାଣପତ୍ର ସହିତ “ମୋ ସେବା କେନ୍ଦ୍ର” କୁ ଯାଇ ଆବେଦନ କରିପାରିବେ । ଏଥିରେ ହିତାଧିକାରୀଙ୍କୁ କୌଣସି ଦେୟ ଦେବାକୁ ପଡିନଥାଏ । 
  2. ଅନ୍ୟଥା ହିତାଧିକାରୀ ନିଜେ ନିଜର ମୋବାଇଲ କିମ୍ବା କୋମ୍ପୁଟର ମାଧ୍ୟମରେ ୱେବସାଇଟ www.bskynabin.odisha.gov.in କୁ ଯାଇ ନିଜେ ନିଜର ଆବେଦନ କରିପାରିବେ ।
  3. ଅନ୍ୟଥା ହିତାଧିକାରୀ ନିଜେ “helpdesk support for technical assistance” 155369 ଦ୍ଵାରା ଏହି ଯୋଜନାକୁ ଆବେଦନ କରିପାରିବେ ।

bsky nabin card apply ପାଇଁ କେଉଁ ସମସ୍ତ ଯୋଗ୍ୟତା ରହିଛି ?

  1. ଆବେଦନକାରୀ ଓଡ଼ିଶାର ବାସିନ୍ଦା ହେବା ସହିତ ଗ୍ରାମାଞ୍ଚଳରେ ରହୁଥିବା ଆବଶ୍ୟକ ।
  2. ପରିବାରର କୌଣସି ସଦସ୍ୟ ୨୦୨୨-୨୦୨୩ ଆୟକର ଦାଖଲ କରିନଥିବେ ।
  3. ଆବେଦନକାରୀ କୌଣସି ନିୟମିତ ସରକାରୀ କର୍ମଚାରୀ କିମ୍ବା ସରକାରୀ ପେନସନଧାରୀ ହୋଇନଥିବେ ।
  4. ଆଗରୁ ପାଇଥିବା bsky ସ୍ମାର୍ଟ କାର୍ଡ ଅଧିକାରୀମାନେ ଏହି ଯୋଜନାରେ ଯୋଗ୍ୟ ହେବେ ନାହିଁ ।

bsky nabin card apply ପାଇଁ କେଉଁ ସମସ୍ତ ଦଲିଲ ଆବଶ୍ୟକ ରହିଛି ?

୧) ପରିବାରର କୌଣସି ଏକ ସଦସ୍ୟଙ୍କ ନାମରେ ଏହି ଯୋଜନା ପାଇଁ ଆବେଦନ କରିପାରିବେ ।

୨) ଆବେଦନକାରୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ବୟସ ୧୮ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଓ ପରିବାରର ଶିଶୁ ମାନଙ୍କ ବୟସ ସୀମା ୫ ବର୍ଷ ରୁ କମ ହୋଇଥିଲେ ମଧ୍ୟ ଏହି ଯୋଜନା ପାଇଁ ଯୋଗ୍ୟ ଅଟନ୍ତି ।

୩) ଆବେଦନକାରୀଙ୍କର ଆଧାର କାର୍ଡ ଥିବା ଆବଶ୍ୟକ ଓ ଆଧାର ସହିତ ମୋବାଇଲ ନମ୍ବର ସଂଯୋଗ ହୋଇଥିବା ନିହାତି ଆବଶ୍ୟକ ଅଟେ ।

୪) ଆବେଦନକାରୀଙ୍କର ଆଧାର e-kyc ବାଧ୍ୟତାମୂଳକ ଅଟେ ।

୫) ୧୮ବର୍ଷ ହୋଇଥିବା ପରିବାରର ସମସ୍ତ ସଦସ୍ୟଙ୍କ “ଭୋଟର କାର୍ଡ” ଆବଶ୍ୟକ ରହିଛି ।

୬) ଆବେଦନକାରୀ କିମ୍ବା ପରିବାର ସଦସ୍ୟଙ୍କର ବୈଧ ମୋବାଇଲ ନମ୍ବର ଥିବା ନିହାତି ଆବଶ୍ୟକ ।

୭) ସମସ୍ତଙ୍କ ଆଧାର ବାଧ୍ୟତା ମୂଳକ ସହିତ ୫ବର୍ଷରୁ କମ ଥିବା ଶିଶୁ ମାଙ୍କଙ୍କର ଆଧାର ଆବଶ୍ୟକ ରହିଛି  ଓ ଯଦି କୌଣସି ଶିଶୁର ଆଧାର କାର୍ଡ ନଥାଏ , ତେବେ ସେ undertaking / ଦାଇତ୍ଵ ନେଇ ଜୁନ ୩୦ ତାରିଖ ମଧ୍ୟରେ ଆଧାର ଦାଖଲ କରିପାରିବେ ।

୮) ଆବେଦନକାରୀଙ୍କର ସଦ୍ୟତମ / ନଗଦ  ଫୋଟୋ ଆବଶ୍ୟକ ରହିଛି ।

bsky nabin card apply ପାଇଁ କେଉଁ ସମସ୍ତ ସୁବିଧା ରହିଛି ?

  • ସମସ୍ତ ଗ୍ରାମାଞ୍ଚଳର ପରିବାର ବର୍ଗ ଏହିଯୋଜନର ମୁଖ୍ୟ ଲକ୍ଷ୍ୟ ଅଟେ ।
  • ଏହି ଯୋଜନାରେ ନଗଦବିହୀନ ୫ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଜନିତ ସୁବିଧା ଉପଲବ୍ଧ ରହିଛି ଓ ମହିଳା ମାନଙ୍କ ପାଇଁ ଅଲଗା ୫ ଲକ୍ଷ୍ୟ ଟଙ୍କା ସ୍ୱାସ୍ଥ୍ୟ ସୁବିଧା ରହିଛି ।
  • ଏଥିରେ ହୃଦରୋଗ,କିଡନୀ ରୋଗ,ଯକୃତ ରୋଗ,ମସ୍ତିଷ୍କ ଆଘାତ,ମୁଣ୍ଡରେ ଗଭୀର ଆଘାତ,ବ୍ରେନ ଟ୍ଯୁମୋର,ଅତ୍ୟଧିକ ପୋଡା,ସ୍ନାୟୁ ଏବଂ ମାଂସପେଶୀ ରୋଗ ଓ କର୍କଟ ରୋଗ ଆଦି ଏହି ଯୋଜନା ମାଧ୍ୟମରେ ଚିକିସ୍ତିତ ହୋଇପାରିବେ ।
  • ଏହି ନଗଦବିହୀନ ସୁବିଧା ଆସନ୍ତା ମାଈ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଯାହା ଦ୍ଵାରା ଗ୍ରାମାଞ୍ଚଳରେ ବସବାସ କରୁଥିବା ବିଶେଷକରି ଗରିବ ପରିବାର ମାନେ ଉପକୃତ ହେଇପାରିବେ ।

 

FAQs…

୧.”bsky nabin card” କ’ଣ ?

ଏହା ହେଉଛି ଓଡ଼ିଶା ସରକାରଙ୍କର ଏକ ଅଭିବନ ପ୍ରୟାସ ଯାହା ୫ଲକ୍ଷ୍ୟ ପର୍ଯ୍ୟନ୍ତ ନଗଦବିହୀନ ସ୍ୱାସ୍ଥ୍ୟ ସେବା ଗ୍ରାମାଞ୍ଚଳର ପରିବାର ମାନଙ୍କୁ ମିଳିଥାଏ ।

୨.”bsky nabin card apply” ପାଇଁ କେଉଁ ସମସ୍ତ ନିୟମ ରହିଛି ?

ପରିବାରର କୌଣସି ଏକ ସଦସ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ ଯାହାଙ୍କର ଆଧାର କାର୍ଡ ଓ ଭୋଟର କାର୍ଡ ଥିବା ନିହାତି ଆବଶ୍ୟକ । ଆଧାର କାର୍ଡ ସହିତ ମୋବାଇଲ ନମ୍ବର ସଂଯୋଗ ଥିବା ଅତି ଆବଶ୍ୟକ ଅଟେ । ୫ ବର୍ଷରୁ କମ ଶିଶୁ ମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ କିନ୍ତୁ ସେମାନଙ୍କର ଆଧାର କାର୍ଡ ଥିବା ଅତି ଜରୁରୀ ଓ ଯଦି ଆଧାର କାର୍ଡ ନଥାଏ ଆବେଦନକାରୀ undertaking / ଦାଇତ୍ଵ ନେଇ ଜୁନ ୩୦ ତାରିଖ ମଧ୍ୟରେ ଆଧାର କାର୍ଡ ଦାଖଲ କରିବା ଅନିବାର୍ଯ୍ୟ ଅଟେ ।

୩.”bsky nabin card” ଦ୍ଵାରା କେଉଁ କେଉଁ ରୋଗ ପାଇଁ ବିଶେଷ କାର୍ଯ୍ୟ କରିଥାଏ ?

bsky nabin card ଦ୍ଵାରା ସରକାରୀ ଡାକ୍ତରଖାନା କିମ୍ବା ଘରୋଇ ଡାକ୍ତରଖାନା ଓଡ଼ିଶା ସମତେ ଓଡ଼ିଶା ବାହାରେ ମଧ୍ୟ ଏହି କାର୍ଡ କାର୍ଯ୍ୟ କରିଥାଏ । ଏଥିରେ ବିଭିନ୍ନ ପ୍ରକାରର ରୋଗ ଯଥା କର୍କଟ ରୋଗ,ସ୍ନାୟୁ ଏବଂ ମାଂସପେଶୀ ରୋଗ,ଯକୃତ ରୋଗ,ବ୍ରେନ ଟ୍ଯୁମୋର,ମସ୍ତିଷ୍କ ଆଘାତ,କିଡନୀ ରୋଗ,ମୁଣ୍ଡରେ ଗଭୀର ଆଘାତ,ଅତ୍ୟଧିକ ପୋଡା ଇତ୍ୟାଦି ରୋଗର ନଗଦବିହୀନ ଚିକିତ୍ସା ହୋଇଥାଏ ।

୪.bsky nabin card apply କରିବାର ସମୟସୀମା କ’ଣ ଓ ଏହା କେବେଠାରୁ କାର୍ଯ୍ୟକାରୀ ହେବ ?

“bsky nabin card apply” କରିବାର ସମୟସୀମା  ହେଉଛି ଜାନୁଆରୀ ୬ ତାରିଖ ୨୦୨୪ ରୁ ଜାନୁଆରୀ ୧୬ ତାରିଖ ୨୦୨୪ ମଧ୍ୟରେ ଆବେଦନ କରିବାପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ଓ ଆସନ୍ତା ମାଈ ୧ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ପ୍ରକାଶ କରାଯାଇଛି ।

Scroll to Top